କାଳ ସର୍ପ ଦୋଷ ର ଅସୁଭ ପ୍ରଭାବ କୁ ଦୂର କରିବା ପାଇଁ ନାଗ ପଞ୍ଚମି ଦିନ ରେ ଏଭଳି ପୂଜା କରନ୍ତୁ ।

ନାଗ ପଞ୍ଚମି ର ଦିନ ଅତ୍ୟନ୍ତ ଭଲ ଦିନ ହୋଇଥାଏ ଓବଂ ଏହି ପର୍ବ ରେ ନାଗ ଅର୍ଥାତ୍ ସାପ ମାନଙ୍କୁ ପୂଜା କରା ଯାଇ ଥାଏ । ଏହି ପର୍ବ ପ୍ରତ୍ୟେକ ବର୍ଷ ଆସେ ଏବଂ ଏଥିରେ ଲୋକ ମାନେ ନାଗ ସାପ କୁ କ୍ଷୀର ପିଆଇ ଥାନ୍ତି ଏବଂ ତାଙ୍କର ଘର ମାନଙ୍କ ରେ ନାଗ ର ପୂଜା କରନ୍ତି । ଯେଉଁ ଲୋକ ଙ୍କ ଜାତକ ରେ କାଳ ସର୍ପ ର ଦୋଷ ରହିଥାଏ ସେହି ଲୋକ ମାନେ ନାଗ ପଞ୍ଚମି ର ଦିନ ରେ ନାଗ ର ପୂଜା କଲେ ଭଲ ଫଳ ମିଳି ଥାଏ ।
ନାଗ ପଞ୍ଚମି କେବେ ଆସିଥାଏ
ଏହି ବର୍ଷ ନାଗ ପଞ୍ଚମି ଅଗଷ୍ଟ 5 ତାରିଖ ରେ ଆସୁ ଅଛି ଏବଂ ଏ ବର୍ଷ ନାଗ ପଞ୍ଚମି ରେ ବହୁତ ପ୍ରକାର ର ଯୋଗ ମଧ୍ୟ ରହୁଛି । ନାଗ ପଞ୍ଚମି ଶ୍ରାବଣ ମାସ ରେ ପଡେ । ଏଥି ଲାଗି ଆପଣ ନାଗ ପଞ୍ଚମି ଦିନ ରେ ଭଗବାନ ଶିବ ଙ୍କର ପୂଜା କଲେ ମଧ୍ୟ ଆପଣ ଙ୍କୁ ବିଶେଷ ଫଳ ମିଳିବ ।
ଏହି ପ୍ରକାର ର ପୂଜା କରନ୍ତୁ
କାଳ ସର୍ପ ଦୋଷ ର ପ୍ରବାବ ରୁ ରକ୍ଷା ପାଇବା ପାଇଁ ଆପଣ ପ୍ରତିଦିନ ସକାଳୁ ଉଠି ସ୍ନାନ କରି ଏକ ଟେବୁଲ ଊପରେ ଧାତୁ ସାହାଯ୍ୟ ରେ ଗଢା ଯାଇଥିବା ଦୁଇଟି ନାଗ ସାପ କୁ ରଖି ତାକୁ ଚନ୍ଦନ ଲେପାନ୍ତୁ ଏବଂ ନାଗ ସାପ ଦୁଇଟି କୁ ଫୁଲ ଓ ଫଳ ଓ କ୍ଷୀର ଦେଇ ପୂଜା କରନ୍ତୁ ନଏହା କରିବା ଦ୍ୱାରା ଆପଣ ଙ୍କର କାଳ ସର୍ପ ଦୋଷ କଟିଥାଏ । ପୂଜା କରିବା ସମୟ ରେ ଆପଣ ଏହି ମନ୍ତ୍ର କୁ 11 ଥର ଜପ କରନ୍ତୁ –

ଅନନ୍ତ ବାସୁକି ଶୋଷ ପଦ୍ମାନାଭ ଚ କମ୍ବଲମ୍ ।
ଶଂଖପାଲ ଧାର୍ତରାଷ୍ଟ୍ର ତକ୍ଷକ କାଲିୟ ତଥା ।

ଏତାନି ନବ ନାମାନୀ ନାଗାନା ଚ ମହାତ୍ମନାମ୍ ।
ସାଂୟକାଲେ ପଠେନ୍ନିତ ପ୍ରାତଃ କାଲେ ବିଶେଷତଃ ।
ତୈଷ୍ମେ ବିଷଭୟଂ ନାସ୍ତି ସର୍ବନ୍ନ ବିଜୟୀ ଭବେତ୍ ।

ପୁଜା କରି ସାରିବା ପରେ ପୂଜା ରେ ଲଗା ଯାଇ ଥିବା କ୍ଷୀର କୁ ଆପଣ ଏକ ଏମିତି ସ୍ଥାନ ରେ ରଖନ୍ତୁ ଯେମିତି ସେହି କ୍ଷୀର କୁ ନାଗ ସାପ ପିଇବ , ଯଦି ଏହି କ୍ଷୀର କୁ ନାଗ ସାପ ପିଉଛି , ତେବେ ଆପଣ ଜାଣନ୍ତୁ ଆପଣ ଙ୍କର ପୂଜା ସଫଳ ହୋଇଛି । ଆପଣ ମଧ୍ୟ ଏହି କ୍ଷୀର କୁ ଶିବ ଲିଙ୍ଗ ରେ ଢାଳି ପାରିବେ । ପୂଜା ସରିବା ପରେ ଧାତୁ ରେ ଗଢା ସାପ କୁ ନଦୀ ରେ ଭସାଇ ଦିଅନ୍ତୁ ଏବଂ ଭସାଇବା ବେଳେ ଏହି ମନ୍ତ୍ର ଜପନ୍ତୁ –

ସର୍ବ ନାଗାଃ ପ୍ରିୟନ୍ତା ମେ ୟେ କେଚିତ୍ ପୃଥିବୀତଳେ ।
ଯୋ ଚ ହେଲିମରିଚିସ୍ଥା ୟେନ୍ତରେ ଦିବି ସଂସ୍ଥିତା ।
ୟେ ନଦୀସୁ ମହା ନାଗା ୟେ ସରସ୍ୱତିଗାମିନଃ ।
ୟେ ତ ବାପିତଡାଗେଷୁ ତେଷୁ ସର୍ବେଷୁ ବୈ ନମଃ ।

ବିସ୍ରଜନ ପାର୍ଥନା କରି ସାରିବା ଆପଣ ପଛକୁ ନ ଘୁରି ସିଧା ଘରକୁ ପଳାଇ ଆସନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *